ମାର୍ଚ୍ଚରେ ମିଳିବ ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି, କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା: ମୁଖ୍ୟମନ୍ତ୍ରୀ
ଜାନୁଆରି ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ମାର୍ଚ୍ଚରେ ଏକାସଂଗେ କୋଟିଏ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମିଳିବ । ଏ ନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳା ମାନଙ୍କୁ ସଶକ୍ତି କରଣ କରିବା ପାଇଁ ବିଜେପି ସବୁବେଳେ ଚାହିଁଛି । ବିଜେପି ଯାହା କଥା ଦେଇଥିଲା ସେଇ କଥା ରଖୁଛି ବୋଲି ସେ କହିଛନ୍ତି । ଡବଲ ଇଞ୍ଜିନ ସରକାର କାମରେ କରିକି ଦେଖାଏ ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି ।