ଚଳିତ ମାସରେ ଶ୍ରୀମନ୍ଦିରରେ ହେବ ନାହିଁ ଧାଡ଼ି ଦର୍ଶନ ଟ୍ରାଏଲ୍ ରନ୍

 

ଶ୍ରୀମନ୍ଦିରରେ ଏବେ ହେବନାହିଁ  ଧାଡ଼ି ଦର୍ଶନ ଟ୍ରାଏଲ ରନ୍ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।  ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେଥିପାଇଁ ଜାନୁଆରୀ ୨୦ରୁ ୨୨ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ପୁରୀରେ ଭିଡ଼ ରହିବ ।

ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୨୮ କିମ୍ବା ୨୯ ତାରିଖରେ ପରୀକ୍ଷାମୂଳକ ବ୍ୟବସ୍ଥା କରାଯିବାର ଥିଲା କିନ୍ତୁ ତାହା ହୋଇନାହିଁ ।  କିଛି  ଦିନ ପୂର୍ବେ  ଏହି ପରିପ୍ରେକ୍ଷୀରେ ଆଇନ ମନ୍ତ୍ରୀ କହିଥିଲେ , ଭକ୍ତମାନେ ସାତ ପାହାଚ ଦେଇ ଭିତରକୁ ଆସିବେ।  ଶ୍ରୀଜିଉଙ୍କୁ ଦର୍ଶନ କରି ସାରିକି ଘଣ୍ଟି ଦ୍ୱାର ଓ ଗାରଦ ଦ୍ୱାର ଦେଇ ସେମାନେ ବାହାରକୁ ବାହାରିବେ ।

Share this post with your friends

Prev Post Next Post