ସମାଜସେବା ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

 

ବ୍ରହ୍ମପୁର ୨୭/୧୨ (ଅଭିଜିତ କର): ସ୍ଥାନୀୟ ହିଲପାଟଣା ସ୍ଥିତ ମହାନ୍ ସଂଘ କାର୍ଯ୍ୟାଳୟ ଠାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଦିବସ ସଂଘ ପକ୍ଷରୁ ପାଳନ କରାଯାଇଛି । ଏଥିରେ ସଂଘ ସଭାପତି ସମାଜସେବୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକାଶ ଵାଜାନି, ଅବସର ପ୍ରାପ୍ତ ପ୍ରସାଶନିକ ଅଧିକାରୀ ପ୍ରଦୀପ ପଣ୍ଡା, ସଞ୍ଜୟ ମାଝୀ, ଅନିଲ କୁମାର ପାତ୍ର, ଶ୍ରୀକାନ୍ତ ସାବତ, ଆଦିତ୍ୟ ନାରାୟଣ ରଥ, ଚଳଚିତ୍ର ପ୍ରଯୋଜକ ତଥା ଅଭିନେତା ଧିରେନ୍ ତ୍ରିପାଠୀ, ନିବେଦିତା ପାଢ଼ୀ, ପୁଷ୍ପାଞ୍ଜଳୀ ମହାପାତ୍ର, ସାଧନା ପାଢ଼ୀ, ତପନ ଜେ ପଣ୍ଡା, ନାରାୟଣ ମହାକୁଡ଼, ହରିକୃଷ୍ଣ ମିଶ୍ର, ଅଲେଖ ଦାସ, ବିନୋଦ କୁମାର ସାବତ, ସନୋଷିନୀ ଦେବୀ, ପ୍ରଦୀପ କୁମାର ପ୍ରମୁଖ ଯୋଗଦେଇ ପୂର୍ବତନ ବିଚକ୍ଷଣ ପ୍ରଧାନମନ୍ତ୍ରୀ ଭାରତର ସୁପୁତ୍ର ସ୍ବର୍ଗତ ବାଜପେୟୀଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ। 

ଏହି ଅବସରରେ ସଭାପତି ଶ୍ରୀ ନିଜ ବକ୍ତବ୍ୟରେ ବାଜପେୟୀଙ୍କ ବ୍ୟକ୍ତିତ୍ଵ ଉପରେ ଦୃଷ୍ଟି ଦେଇ କହିଛନ୍ତି ଯେ ଜ ସେ ଏକ ଧାରରେ ଜଣେ ସୁସାହିତ୍ୟିକ, ଆଦର୍ଶ ରାଜନୀତିଜ୍ଞ, ନିଃସ୍ଵାର୍ଥପର ସରଳ ମଣିଷ ଥିଲେ । ତାଙ୍କ ଆଦର୍ଶରେ ଯଦି ଯୁବ ସମାଜ କିଛି ମାତ୍ରାରେ ଅନୁପ୍ରାଣିତ ହୋଇ ପାରିବେ ନିଶ୍ଚିତ ଜଣେ ସୁନାଗରିକ ହୋଇପାରିବା ସହ, ଦେଶର ଅଗ୍ରଣୀ ନେତା ଭାବେ ସୁନାମ ଅର୍ଜନ କରିପାରିବେ। ବିଶେଷ କରି ଆଜିର ରାଜନେତା ମାନେ ତାଙ୍କ ଜନ୍ମ ଦିନରେ କେବଳ ଗୁଣ ଗାନ କରିଦେଲେ ହେବ ନାହିଁ ତାଙ୍କ ପରି ଦକ୍ଷ, ନିର୍ଭୀକ ସଚ୍ଚୋଟ ଦେଶ ପ୍ରେମୀ ହୋଇପାରିଲେ ଭାରତ ସୁନିଶ୍ଚିତ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିବ ବୋଲି ଶ୍ରୀ ସାବତ କହିଛନ୍ତି। ସେହିପରି ଅନ୍ୟ ଅତିଥି ଏବଂ ସଦସ୍ୟ ମାନେ ମଧ୍ୟ ବାଜପେୟୀଙ୍କ ନେତୃତ୍ବ ଓ ତାଙ୍କ ଆଧାରିତ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ। ଶେଷରେ ସଂଘର ବରିଷ୍ଟ ସଦସ୍ୟ ତଥା ସାମ୍ବାଦିକ ଗୋପାଳ ପଟ୍ଟନାୟକ ବାଜପେୟୀଙ୍କ ନଦୀ ସଂଯୋଜିକରଣ, ଜାତୀୟ ରାଜପଥ ପ୍ରଶସ୍ତିକରଣ ଓ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମର ସୂଚନା ଦେବାସହ ଧନ୍ୟବାଦ ପ୍ରଦାନ କରିଥିଲେ।

Share this post with your friends

Prev Post Next Post