କନ୍ୟା ରାଶିର ବାର୍ଷିକ ରାଶିଫଳ: କିପରି କଟିବ ୨୦୨୫, ଜାଣନ୍ତୁ ଏହି ବର୍ଷର ବାର୍ଷିକ ରାଶିଫଳ
ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ଏବେ ଜାଣିବା ୨୦୨୫ ମସିହାରେ କନ୍ୟା ରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।
ବୈଦିକ ଜ୍ୟୋତିଶାସ୍ତ୍ର ଅନୁସାରେ ରାଶି ଚକ୍ରରେ କନ୍ୟା ରାଶି ଷଷ୍ଠ ରାଶି ଯାହାକି ପୃଥିବୀ ତତ୍ଵର ରାଶି। କାଣୀ ରାଶିର ସ୍ବାମୀ ବୁଦ୍ଧିର କାରକ ଗ୍ରହ ବୁଧ। ସେ ବୁଦ୍ଧିମତା, ତର୍କ, ବିଶ୍ଳେଷଣାମତ୍କ କ୍ଷମତା ଇତ୍ୟାଦିର ପାର୍ଟିନିଧିତ୍ଵ କରନ୍ତି। ବର୍ଷ 2025ରେ ମଈ ପରର ସମୟ କନ୍ୟା ରାଶି ଲୋକଙ୍କର କ୍ୟାରୀଅର, ଆର୍ଥିକ ଜୀବନ ଓ ପ୍ରେମ ଜୀବନ ଇତ୍ୟାଦି କ୍ଷେତ୍ରରେ ଅନୁକୂଳ ପରିଣାମ ପ୍ରଦାନ୍ କରିବ କାରଣ ଏହି ଅବଧିରେ ଗୁରୁ ଗୋଚର କରିବେ।
ଏହି ବର୍ଷ ଶନି ମହାରାଜ ଆପଣଙ୍କର ସପ୍ତମ ଘରେ ରହିବେ। ସାଙ୍ଗରେ ଛାୟା ଗ୍ରହ ରାହୁ ଓ କେତୁଙ୍କର ସ୍ଥିତି ମଧ୍ୟ ଅନୁକୂଳ ରହିବ ନାହିଁ ବୋଲି ଆଶଙ୍କା ଅଛି। ମଈ 2025 ରୁ ରାହୁ ଦେବ ଆପଣଙ୍କର ଷଷ୍ଠ ଘରେ ବସିବେ ଯେତେବେଳେ କି କେତୁ ଗ୍ରହ ଦ୍ଵାଦଶ ଘରେ ରହିବେ। ମଈ 2025 ପର୍ଯ୍ୟନ୍ତ ସମୟ ଆପଣଙ୍କୁ କାର୍ଯ୍ୟରେ ଶୁଭ ପରିଣାମ ଦେବ। ଷଷ୍ଠ ଘରେ ରାହୁଙ୍କର ସ୍ଥିତି ଆପଣଙ୍କୁ ସାହସୀ କାମ କରାଇବ ଓ ଭଲ ସଫଳତା ପ୍ରାପ୍ତ କରିବାରେ ଆପଣ ସଫଳ ରହିବେ।
ଏହି କନ୍ୟା ବାର୍ଷିକ ରାଶିଫଳ 2025 ଅନୁସାରେ, 13 ଜୁଲାଇ 2025 ରୁ 28 ନଭେମ୍ବର 2025ର ସମୟରେ ଶନି ବକ୍ରୀ ରହିବେ। ଏପରି ସ୍ଥିତିରେ କନ୍ୟା ରାଶିର ଲୋକଙ୍କୁ ମିଳିବାକୁ ଥିବା ସକାରାତ୍ମକ ପରିଣାମରେ ଅଭାବ ଦେଖାଯିବ। ଶନିଙ୍କର ବକ୍ରୀ ଅବସ୍ଥା କ୍ୟାରୀଅରରେ ପ୍ରଗତିର ଗତି ଧୀର କରିପାରେ। ଯେଉଁ ଲୋକମାନେ ବ୍ୟବସାୟ କରନ୍ତି, ତାଙ୍କୁ ଏହି ଅବଧିରେ ବ୍ୟବସାୟରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ। ଶନିଙ୍କର ବକ୍ରୀ ହେବା ଯୋଗୁଁ ଚାକିରି ଓ ବ୍ୟବସାୟ କରୁଥବା ବ୍ୟକ୍ତିଙ୍କଊ ସାବଧାନ ହୋଇ ଆଗକୁ ବଢ଼ିବାକୁ ପଡ଼ିବ।
ସ୍ୱାସ୍ଥ୍ୟ:
ବର୍ଷର ପ୍ରାରମ୍ଭରୁ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ଆତ୍ମୀୟ ସୂଜନଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ୟା ଧିରେ ଧିରେ ଦୂରିଭୂତ ହେବ । ବର୍ଷର ୨ୟାର୍ଦ୍ଧରେ ପୁରାତନ ରୋଗର ନିଦାନ ମିଳିବ । କଷ୍ଟ, ଯନ୍ତ୍ରଣାରୁ ମୁକ୍ତି ପାଇବେ । ଖାଦ୍ୟ ପେୟରେ ସତର୍କତା ଅବଲମ୍ବନ କରିବା ସହିତ ମାନସିକ ଚାପରୁ ଦୂରେଇ ରୁହନ୍ତୁ
ବ୍ୟବସାୟ / କର୍ମ:
ବ୍ୟବସାୟୀ ମାନେ ବ୍ୟବସାୟରେ ନୂତନ ପ୍ରଣାଳୀରେ ଲାଭାଂଶ କମାଇବେ । ବସ୍ତ୍ର, ବ୍ୟବସାୟ, ଖାଦ୍ୟ ପ୍ରଦାନ ବ୍ୟବସାୟ ସୈାଖିନ ସାମଗ୍ରୀ ବ୍ୟବସାୟ , ଘର ସାଜସଜ୍ଜାକୁ ନେଇ ବ୍ୟବସାୟରେ ଲାଭବାନ ହେବେ । କରିଥିବା କର୍ମ ପାଇଁ ଆପଣଙ୍କୁ କିଛି ଅସୁବିଧା ଭୋଗ କରିବାକୁ ପଡିପାରେ । କିଛି କାର୍ଯ୍ୟ କଳାପ ଆପଣଙ୍କର ସରକାରଙ୍କ ବିରୋଧରେ ଯାଇପାରେ । ବର୍ଷର ୨ୟାର୍ଦ୍ଧରେ ନିଜର ଦକ୍ଷତା ପଦର୍ଶନ କରିବା ପାଇଁ ସୁଯୋଗ ପାଇବେ । ରାଜନିତି କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିବେ ଦଳ ମଧ୍ୟରେ ଗୁରୁତ୍ୱ ବୃଦ୍ଧି ହେବ ।
ପାରିବାରକ ଜୀବନ-
ଆପଣଙ୍କର ସାଥୀ ପ୍ରତି ବିଶ୍ୱସ୍ତ ରହିବେ । ଆପଣଙ୍କର ସମ୍ପର୍କରେ ମଧୁରତା ଆସିପାରେ । କୌଣସି ଛୋଟ ସମସ୍ୟା କିମ୍ବା ବିବାଦ ମଧ୍ୟ ହ୍ରାସ ପାଇବ । ପାରିବାରିକ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିବ ତେଣୁ ଏହି ସମୟ ମଧ୍ୟରେ ଆପଣଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । କୌଣସି ଅତ୍ୟାବଶ୍ୟକ ଜିନିଷ ଖର୍ଚ୍ଚ ପାଇଁ ଟଙ୍କା ଖର୍ଚ୍ଚ ହୋଇପାରେ ।
ବୈବାହିକ ଜୀବନ:
ଆପଣଙ୍କର ସମ୍ପର୍କ ଆନନ୍ଦରେ ପରିପୂର୍ଣ୍ଣ ହେବ ଏବଂ ଆପଣଙ୍କ ମଧ୍ୟରେ ପ୍ରେମ ବଢ଼ିବ । ବୈବାହିକ ଜୀବନ ପାଇଁ ଏକ ଅନୁକୂଳ ସମୟ ଭାବରେ ପରିଗଣିତ ହେବ । ବୈବାହିକ ଜୀବନରେ ଧୀରେ ଧୀରେ ଉନ୍ନତି ଆରମ୍ଭ ହେବ । ପରିବାରକୁ ଖୁସି କରିବା ପାଇଁ ବହୁତ ପରିଶ୍ରମ କରିବେ ଯାହା ଆପଣଙ୍କର ସମ୍ପର୍କ ବଢ଼ାଇବାରେ ସାହାଯ୍ୟ କରିବ
ଧନ / ସମ୍ପତି:
ଅସ୍ଥାବର ସମ୍ପତ୍ତି କିଣିବା ସହିତ ଆପଣ ନିଜ ଘର ମଧ୍ୟ ପାଇପାରିବେ । ଋଣ ନେଇ କିମ୍ବା ଅନ୍ୟ କୌଣସି ଉପାୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାରେ ଅସୁବିଧା ହୋଇପାରେ । ଆପଣ କିଛି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବେ । ବର୍ଷର ଦ୍ୱିତୀୟାଦ୍ଧରେ ନିର୍ଭରଯୋଗ୍ୟ ସୁତ୍ରରୁ କିଛି ଅର୍ଥ ପାଇବେ, ଯାହା ଆପଣଙ୍କର ଆର୍ଥିକ ଅସୁବିଧାକୁ ଦୂର କରିପାରେ । ପରିସ୍ଥିତି ବହୁତ ଭଲ ହେବାକୁ ଲାଗିବ
ଶିକ୍ଷା / କ୍ୟାରିୟର:
ନିଜର କ୍ୟାରିୟର ବିକାଶ ପାଇଁ ସମସ୍ତ ପ୍ରୟାସ କରିବେ । ଏକାଡେମିକ୍ କାର୍ଯ୍ୟ ଉପରେ ଧ୍ୟାନ ରଖିବା ଉଚିତ୍ । ଭଲ ଖବରକୁ ଦୃଷ୍ଟିରେ ରଖି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରିବେ । ଛାତ୍ରମାନଙ୍କର ଦକ୍ଷତା ଅନୁସାରେ ଭଲ ଫଳାଫଳ ପାଇବେ । ଶିକ୍ଷାରେ ଭଲ କରିବା ପାଇଁ ଅନେକ ଚାପରେ ରହିପାରନ୍ତି । ଅଧ୍ୟୟନ ଜାରି ରଖିବାରେ ସକ୍ଷମ ହୋଇପାରନ୍ତି । ଛାତ୍ରମାନେ ଶିକ୍ଷା ସମ୍ବନ୍ଧୀୟ ସୂଚନା ମଧ୍ୟ ପାଇବେ
ପ୍ରତିକାର:
- ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଓ ମଙ୍ଗଳବାର ଦିନ ଏହାର ପାଠ କରିବା ଅତ୍ୟନ୍ତ ଶୁଭ ହେବ।
- ମଙ୍ଗଳବାର ଦିନ କେତୁ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ ।
- ପ୍ରତିଦିନ "ଓଁ କେତବେ ନମଃ " 21 ଥର ଜପ କରନ୍ତୁ।
- ପ୍ରତିଦିନ 108 ଥର “ଓଁ ମନ୍ଦାୟ ନମଃ” ଜପ କରନ୍ତୁ।