କ୍ରିକେଟ୍‌ ମ୍ୟାଚ୍‌ ବେଳେ ହୃଦ୍‌ଘାତରେ ଟଳି ପଡିଲେ ଯୁବ କ୍ରିକେଟର୍‌

କ୍ରିକେଟ୍‌ ଖେଳୁ ଖେଳୁ ଚାଲିଗଲା ଜୀବନ । ପିଚରେ ଖେଳୁଥିବା ସମୟରେ ହୃଦଘାତରେ ଚାଲିଗଲା ୩୪ ବର୍ଷୀୟ କ୍ରିକେଟ୍ କେ.ହୋୟସଲାଙ୍କ ଜୀବନ । ଯାହା ପରେ କ୍ରିଡ଼ା ଜଗତରେ ଶୋକର ଲହରି ଖେଳିଯାଇଛି ।

ସୂଚନା ଅନୁସାରେ, ବେଙ୍ଗାଲୁରୁର ଆର୍‌ଏସ୍‌ଆଇ କ୍ରିକେଟ ଗ୍ରାଉଣ୍ଡରେ ଏଜିସ୍‌ ସାଉଥ ଜୋନ୍‌ ଟୁର୍ଣ୍ଣାମେଣ୍ଟ ଚାଳିଥିଲା । ଯେଉଁଥିରେ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ମ୍ୟାଚ୍ ଥିଲା ଏବଂ ତାମିଲନାଡୁକୁ ହରାଇଥିଲା କର୍ଣ୍ଣାଟକର ହୋଇଥିଲା ବିଜୟ । ଯାହା ପରେ କର୍ଣ୍ଣାଟକର ଖେଳାଳିମାନେ ବିଜୟ ଉତ୍ସବକୁ ସେଲିବ୍ରେଟ୍ କରିଥିଲେ । ଗୋଟେ ପଟେ ଉତ୍ସାହର ମୋହଲ ଥିବା ବେଳେ ଅନ୍ୟପଟେ ହୋୟସଲାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ପଡିଆରେ ଟଳି ପଡିଥିଲେ ହୋୟସଲା । ତାଙ୍କୁ ତୁରନ୍ତ ବେଙ୍ଗାଲୁରୁ ୱରିଙ୍ଗ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରକାଶ ପାଇବା ପରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

Back to top button