ପ୍ରଚଣ୍ଡ ଖରା ଯୋଗୁଁ ଆଉଟଡୋର ଗେମ୍ ଉପରେ କଟକଣା, ସକାଳ ୧୧ଟାରୁ ୩ଟା ଯାଏଁ ବାହାରେ ଖେଳିବା ମନା

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଉଟ୍‌ଡୋର୍‌ ଖେଳ ଉପରେ ଲାଗିଲା କଟକଣା । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । ବିଶେଷକରି ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବାକୁ ପରାମର୍ଶ ।ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଏସଆରସି । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ତାଗିଦ କଲେ ମୁଖ୍ୟ ଶାସନ ସଚିବ ।

ଏପ୍ରିଲରୁ ଜୁନ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପରାମର୍ଶ ଜାରି ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବୃଦ୍ଧି ପାଇବାରେ ଲାଗିଛି । ଖରା ପାଇଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି । ଏହାକୁ ନଜରରେ ରଖି କ୍ରୀଡ଼ା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଶାସନ ସଚିବ ।

Back to top button