ଢୋଲିଆ ମହାସଂଘର ସାଧାରଣ ବୈଠକ ଓ ସଭାପତି ମନୋନୀତ

ବ୍ରହ୍ମପୁର, ୪।୧ (ଅଭିଜିତ କର): ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଦିନ ମାଁ ଦଣ୍ଡକାଳୀ ଢୋଲିଆ ମହାସଂଘ ବ୍ରହ୍ମପୁର ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେ.ରବି କୁମାର ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବାପି ପଣ୍ଡା, ଧିରେନ ରାଓ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଆସନ୍ତା ଦିନରେ କିପରି ଢୋଲିଆ ମାନଙ୍କ ମଧ୍ୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ସେ ନେଇ ଏଠାରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପରେ ବୈଠକରେ ଯୋଗ ଦେଇଥିବା ସମସ୍ତ ଢୋଲିଆଙ୍କ ନିଷ୍ପତ୍ତି କ୍ରମେ ନୂଆବସ ଷ୍ଟାଣ୍ଡ ଦଣ୍ଡକାଳୀ ମନ୍ଦିର ମ୍ୟାନେଜର ଲୋକନାଥ ସାମନ୍ତରାୟଙ୍କୁ ବ୍ରହ୍ମପୁର ଢୋଲିଆ ମହାସଂଘର ସଭାପତି ଭାବେ ଚୟନ କରାଯାଇଥିଲା । ଏହି ଅବସରରେ ଢୋଲିଆ ମିଟୁ ନାୟକ, ସିମା ଜେନା, ଖଲି ଦାସ, ଜେ.ଶ୍ରୀନୁ, ଜଗା ଦାସଙ୍କୁ ଅତିଥି ମାନଙ୍କ ଦ୍ୱାରା ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଂଘର ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ଲୋକନାଥ ସାମନ୍ତରାୟଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଢୋଲିଆ ଭାଇ ମାନେ ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ସମର୍ଦ୍ଧନା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ସନ୍ତୋଷ ସାହୁ, ରୋଶନ ମାହାଙ୍କୁଡ, ସୁଦାମ ସାମଲଙ୍କ ସମେତ ସଂଘର ବହୁ ଢୋଲିଆ ଭାଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Abhijit Kar

"Editor in Chief" ... 7008342882 ... abhijitkara1995@gmail.com
Back to top button