ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା , ୩୦ଯାତ୍ରୀ ଗୁରୁତର

ଟ୍ରକକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍। ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ରାଣୀପଦର ଘାଟିରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ବସ୍‌ଟି ବୌଦ୍ଧରୁ ଯାତ୍ରୀମାନଙ୍କୁ ନେଇ ଫୁଲବାଣୀର ବାଲିଗୁଡ଼ା ଅଭିମୁଖେ ଯାଉଥିଲା।

ରାଣୀପଦର ଘାଟି ନିକଟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ବସ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ଓ ପୁଲିସ ଆହତ ମାନଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ବସ୍‌ରେ ଆହୁରି ୨ରୁ ୩ ଜଣ ଫସିରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Back to top button