ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ବାପାଙ୍କ ସହ ୪ ବର୍ଷ ଝିଅର ଜୀବନ

ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କରକୁ ପିଟିଲା କାର। ଏହି ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେଣୁ ତୁରନ୍ତ ସମସ୍ତ ଗୁରୁତର ଆହତଙ୍କୁ ଏମ୍ସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ତେବେ ଏଭଳି ସଡକ ଦୁର୍ଘଟଣା ୧୬ ନମ୍ବର ଜାତୀୟ ରାଜପଥ ଏମ୍ସ ଓଭରବ୍ରିଜ ଉପରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଏକ ତେଲ ଟ୍ୟାଙ୍କର ଟ୍ରକ ଯାଉଥିଲା। ଏବଂ ସେହି ସମୟରେ ଏକ କାର ସମ ଅଭିମୁଖେ ଯାଉଥିଲା। ଠିକ ସେହି ସମୟରେ କାରଟି ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ତେଲ ଟ୍ୟାଙ୍କରକୁ ଏକ କାର ଧକ୍କା ଦେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଘଟଣା ବାବଦରେ ଅନୁଧ୍ୟାନ କରୁଛି।

Back to top button