ମୃତ ବା ପିତୃପୁରୁଷଙ୍କ ଫୋଟ କେଉଁଠାରେ ଲଗାଇଲେ ଧନର ବୃଦ୍ଧି ହୋଇଥାଏ ଏବଂ କେଉଁ ସ୍ଥାନରେ ଲଗାଇଲେ ଆପଣଙ୍କର କ୍ଷତି ହୋଇଥାଏ !

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୃତ ବା ପିତୃପୁରୁଷଙ୍କ ଫୋଟ କେଉଁଠାରେ ଲଗାଇଲେ ଧନର ବୃଦ୍ଧି ହୋଇଥାଏ ଏବଂ କେଉଁ ସ୍ଥାନରେ ଲଗାଇଲେ ଆପଣଙ୍କର କ୍ଷତି ହୋଇଥାଏ।

ବନ୍ଧୁଗଣ ପ୍ରାୟତଃ ପ୍ରତ୍ୟକ ଲୋକଙ୍କ ଘରେ ପିତୃପୁରୁଷଙ୍କ ଫୋଟ ରହିଥାଏ ଏପରି ମାନ୍ୟତା ରହିଛି କି ପିତୃପୁରୁଷଙ୍କର ଫୋଟ ଗୃହରେ ଲଗାଇବା ଦ୍ୱାରା କିମ୍ବା ପିତୃପୁରୁଷଙ୍କର ପ୍ରତି ସମ୍ମାନ ଭାବ ରଖିବା ଦ୍ୱାରା ଗୃହକୁ ଉନ୍ନତି ଆସିଥାଏ ଏବଂ ଧନ ସମ୍ପତ୍ତିରେ କେବେବି ଅଭାବ ହୋଇନଥାଏ ଏବଂ ପିତୃପୁରୁଷଙ୍କର ଆଶୀର୍ବାଦ ସଦାସର୍ବଦା ଆମ ମାନଙ୍କ ଉପରେ ରହିଥାଏ। ଏହା ଦ୍ୱାରା ଘରକୁ ଅନେକ ପ୍ରକାରର ଲାଭ ହୋଇଥାଏ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିଥାଏ। କିନ୍ତୁ ଯଦି ପିତୃପୁରୁଷଙ୍କର ଫୋଟ ଭୁଲ ଜାଗାରେ ଲଗାଯାଏ ତେବେ ଏହାର ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗୃହରେ କେଉଁ ଦିଗରେ ପିତୃପୁରୁଷଙ୍କର ଫୋଟ ଲଗାଇବା ଆବଶ୍ୟକ ଏବଂ କେଉଁ ଜାଗାରେ ଲଗାଇବା ଉଚିତ ନୁହେଁ।

ପ୍ରଥମ କଥା। ଘରର ମନ୍ଦିର କିମ୍ଵା ଘରେ ଯେଉଁ ଜାଗାରେ ପୂଜା ପାଠ କରୁଥାନ୍ତି ସେଠାରେ ପିତୃପୁରୁଷଙ୍କର ଫୋଟ ଆଦୌ ଲଗାନ୍ତୁ ନାହିଁ। ଠାକୁର ଘରେ ପିତୃପୁରୁଷଙ୍କର ଫୋଟ ରଖିବା ଅଶୁଭ ମାନାଯାଏ। ଏହାର ବହୁତ ନକରାତ୍ମକ ପ୍ରଭାବ ଆପଣ ମାନଙ୍କ ଉପରେ ପଡିଥାଏ। ଏହାର ଫଳ ସର୍ବଦା ଅଶୁଭ ହିଁ ପ୍ରାପ୍ତ ହୋଇଥାଏ। ଯଦି ଆପଣଙ୍କର ଘରେ ପୂଜା ପାଠ ଯେଉଁ ଜାଗାରେ ହେଉଥାଏ ଯେପରିକି ଘରର ଐଶ୍ୱନ୍ୟ କୋଣ ଅର୍ଥାତ ଉତ୍ତର ପୂର୍ବ କୋଣ ଯାହା ହୋଇଥାଏ

ଏହି ସ୍ଥାନଟିକୁ ମନ୍ଦିରରେ ରଖିବା ସବୁଠାରୁ ଶୁଭ ବିଚାର କରାଯାଏ। ଯଦି ଉତର ପୂର୍ବ କୋଣରେ ଆପଣଙ୍କର ପୂଜା ସ୍ଥାନ ରହୁଛି ତ ଆପଣଙ୍କର ପିତୃପୁରୁଷଙ୍କର ଫୋଟକୁ ଘରର ପୂର୍ବ ଦିଗରେ ଲଗାନ୍ତୁ। ଯଦି ପୂଜା ପାଠର ସ୍ଥାନ ପୂର୍ବ ଦିଗରେ ରହିଅଛି ତେବେ ଆପଣ ପିତୃପୁରୁଷଙ୍କର ଫୋଟ ଐଶ୍ୱନ୍ୟ କୋଣରେ ଲଗାଇବା ଉଚିତ। ଠାକୁର ଘର ଓଲଟା ଦିଗରେ ହିଁ ପିତୃପୁରୁଷଙ୍କର ଫୋଟ ଲଗାଇବା ଉଚିତ। ଘରର ଉତ୍ତର ଦିଗରେ ବା ଆପଣ ଯେଉଁ ଘରେ ଶୟନ କରୁଥାନ୍ତି ସେହି ଘରର ଉତ୍ତର କାନ୍ଥରେ ଯଦି ଆପଣ ପିତୃପୁରୁଷଙ୍କର ଫୋଟକୁ ଲଗାଇଥାନ୍ତି ତେବେ ଏହା ବହୁତ ଶୁଭଫଳ ଦାୟକ ହୋଇଥାଏ। ତ ସବୁଠାରୁ ଏହା ଉତ୍ତମ ଏହା ଅଟେ କି ଆପଣ ଘରର ଉତ୍ତର ଦିଗରେ ଅବା ଯେଉଁ ଦିଗରେ ଆପଣ ଶୋଉଛନ୍ତି ସେହି ଘରର ଉତ୍ତର କାନ୍ଥରେ ପିତୃପୁରୁଷଙ୍କର ଫୋଟ ଲଗାନ୍ତୁ। ଘରର ନେତୃତ୍ୱ କୋଣ ଅର୍ଥାତ ଦକ୍ଷିଣ ପଶ୍ଚିମ କୋଣରେ ପିତୃପୁରୁଷଙ୍କର ଫୋଟ କେବେବି ଲଗାଇବେ ନାହିଁ।

ଯଦି ଆପଣ ଘରର ଦକ୍ଷିଣ ପଶ୍ଚିମ ଦିଗରେ ପିତୃପୁରୁଷଙ୍କର ଫୋଟକୁ ଲଗାଇବେ ତାହେଲେ ଆପଣଙ୍କ ଘରର ଉନ୍ନତି ଅଟକି ଯାଇଥାଏ। ତ ଏହାର ଅବଶ୍ୟ ଧ୍ୟାନ ରଖନ୍ତୁ। ଏହା ବ୍ୟତୀତ ଘରର ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ପିତୃପୁରୁଷଙ୍କର ଫୋଟ ଲଗାଇବା ଘର ପାଇଁ ଅମଙ୍ଗଳ ହିଁ ସାବ୍ୟସ୍ତ ହୋଇଥାଏ। ଏପରି ମାନ୍ୟତା ରହିଛି କି ଯଦି ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ପିତୃପୁରୁଷଙ୍କର ଫୋଟ ଲଗାଇବେ ତ ଏହା ଦ୍ବାରା ଘରେ ଧନ ସମ୍ପତ୍ତିର ହାନି ହୋଇଥାଏ। ଏହା ସହିତ ଏହି କଥାର ଧ୍ୟାନ ରଖନ୍ତୁ କି ଘରର ବ୍ରହ୍ମ ସ୍ଥାନ ଅର୍ଥାତ ଘରର ମଝା ମଝିରେ ପିତୃପୁରୁଷଙ୍କର ଫୋଟ ଭୁଲରେ ବି ଲଗାଇବେ ନାହିଁ। ଏହି ଜାଗାରେ ପିତୃପୁରୁଷଙ୍କର ଫୋଟକୁ ଲଗାଇଲେ ସେଠାରେ ଯେଉଁ ବ୍ୟକ୍ତିମାନେ ରହୁଥାନ୍ତି ସେମାନଙ୍କର ମାନ ସମ୍ମାନରେ ହାନି ଘଟିଥାଏ।

ସେମାନଙ୍କୁ କୌଣସି ସ୍ଥାନରେ ସମ୍ମାନ ମିଳିନଥାଏ ଏବଂ ସେମାନଙ୍କ ଜୀବନରେ ଏପରି ପରିବର୍ତ୍ତନ ଘଟିଥାଏ ସେମାନଙ୍କର ନିନ୍ଦା ଏବଂ ମାନହାନି ହୋଇଥାଏ। ସେଥିପାଇଁ ଘରର ବ୍ରହ୍ମ ସ୍ଥାନ ବା ମଝାମଝିରେ ପିତୃପୁରୁଷଙ୍କର ଫୋଟ ଲଗାଇବେ ନାହିଁ। ତେବେ ଆପଣ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ କି ଏପରି କେଉଁ ଜାଗାରେ ପିତୃପୁରୁଷଙ୍କର ଫୋଟ ଲଗାଇବା ସର୍ବଦା ଉଚିତ ହୋଇଥାଏ। ତ ଜାଣିନିଅନ୍ତୁ କି ଘରର ଉତ୍ତର ଦିଗରେ ପିତୃପୁରୁଷଙ୍କର ଫୋଟ ଲଗାଇବା ସବୁଠାରୁ ଉତ୍ତମ ଅଟେ କିମ୍ବା ଯେଉଁଠାରେ ଆପଣ ଶୟନ କରୁଛନ୍ତି ସେହି ଘରର ଉତ୍ତର କାନ୍ଥରେ ପିତୃପୁରୁଷଙ୍କର ଫୋଟ ଲଗାଇବା ସବୁଠାରୁ ଉତ୍ତମ ଅଟେ।

ଯଦି କୌଣସି ସମସ୍ୟା ବଶତଃ ଏହି ଦୁଇ ଜାଗାରେ ଆପଣ ଫୋଟ ଲଗାଇ ପାରୁନାହାନ୍ତି ତେବେ ଆପଣ ଗୋଟିଏ କାମ କରନ୍ତୁ ତ ଆପଣ ଆପଣଙ୍କର ଘରର ମନ୍ଦିର ଯଦି ଉତ୍ତର ପୂର୍ବ କୋଣରେ ରହିଅଛି ତ ପିତୃପୁରୁଷଙ୍କର ଫୋଟକୁ ପୂର୍ବ ଦିଗକୁ ରଖନ୍ତୁ। ଏହା ଶୁଭଫଳ ଦାୟକ ରହିବ। ଯଦି ଆପଣଙ୍କର ଘରର ମନ୍ଦିର ପୂର୍ବ ଦିଗରେ ରହିଅଛି ତ ପିତୃପୁରୁଷଙ୍କର ଫୋଟକୁ ଉତ୍ତର ପୂର୍ବ ଦିଗକୁ ରଖନ୍ତୁ। ଏହା ବି ମଧ୍ୟ ଉତ୍ତମ ରହିବ।

Back to top button