ଘର ଭିତରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

କଟକ ମାଲଗୋଦାମ ଥାନା ଅନ୍ତର୍ଗତ ମୁରାଦ ଖାଁ ପାଟଣା ଅଂଚଳରେ ଏକ ଭଡାଘରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ଘର ରାଉରକେଲା ହୋଇଥିବା ବେଳେ ସେ ଜଣେ ଆଇନ ଛାତ୍ରୀ ବୋଲି ଜଣାପଡିଛି । ତେବେ ଏ ବିଷୟରେ ଖବର ପାଇ କଟକ ମାଲଗୋଦାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲ ପଠାଇଛି । ସେପଟେ ଯୁବତୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Back to top button