ଶହେ ଟଙ୍କା ପାଇଁ ପୁଅକୁ ହାଣିଲା ବାପା

ବାପା ସାଜିଲା ପିଶାଚ ମାତ୍ର ଶହେ ଟଙ୍କା ପାଇଁ ପୁଅକୁ ହାଣିଲା। ପୁଅ ଶୋଇଥିବା ବେଳେ କଟୁରୀରେ ହାଣି ଏପରି ନୃସଂଶତା ଘଟାଇଛି ବାପା। ତେବେ ଅଭାବନୀୟ ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଏପରିକି ଏ ଘଟଣାକୁ ନେଇ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ।

ସୂଚନା ମୁତାବକ, କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ବାପା ଓ ପୁଅ ମଧ୍ୟରେ ମାତ୍ର ଶହେ ଟଙ୍କାକୁ ନେଇ ବଚସା ଆରମ୍ଭ ହୋଇଥିଲା। ଏପରିକି ଘରୁ ନ ପଳାଇଲେ ପରିଣାମ ଭୟଙ୍କର ହେବ ବୋଲି ପୁଅ ବାପାଙ୍କୁ ଧମକ ଦେଇଥିଲା। ଏହି ବଚସା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଫଳରେ ପୁଅ ଶୋଇଥିବା ବେଳେ କଟୁରୀରେ ହାଣିଦେଲା ବାପା। ଯାହାଫଳରେ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ତେଣୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି।

Back to top button