ଯାଞ୍ଚ ହେଲା ପାଣ୍ଡିଆନଙ୍କ ହେଲିକପ୍ଟର

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଆଜି ଯାଞ୍ଚ କରାଯାଇଛି । ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ଯାଞ୍ଚ ହୋଇଛି।ଉମରକୋଟରେ ପ୍ରଚାର ସମୟରେ ବିରୋଧୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ଗତ ନିର୍ବାଚନ ସମୟରେ ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ବହୁତ ବଡ ବଡ କଥା କହିଥିଲେ । ଗତ ନିର୍ବାଚନରେ ଆପଣଙ୍କ ଆଶୀର୍ବାଦରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ । କିନ୍ତୁ ୫ ବର୍ଷରେ କଣ କରିଛନ୍ତି ଟିକେ ଚିନ୍ତା କରନ୍ତୁ । ୫ ବର୍ଷ ନେଲେ, କିନ୍ତୁ କିଛି କାମ କଲେନି । ଏବେ ପୁଣି ଭୋଟ ମାଗିବାକୁ ଆସିଲେ ପଚାରିବେ ୫ ବର୍ଷ କେଉଁଠି ଥିଲେ।

Back to top button