ହୁତୁହୁତୁ ହୋଇ ଜଳିଗଲା ବସ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହଠାତ୍‌ ବିଚ୍‌ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ। ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ‘ପ୍ରିୟାଂଶି’ ନାମକ ବସ୍‌ ଆଜି ସକାଳେ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍‌ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍‌ ସେଥିରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଜାଣି ସମସ୍ତ ଯାତ୍ରୀ ତୁରନ୍ତ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ବସ୍‌ର ନିଆଁକୁ କାବୁ କରାଯାଇଥିବା ଜଣାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନି।

Back to top button