ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସରିଲା ପ୍ରଚାର, କାଲି ୮୯ ଆସନରେ ହେବ ମତଦାନ

ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର। ଆସନ୍ତା ୨୬ ତାରିଖରେ ମତଦାନ ହେବ। ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୮୯ଲୋକସଭା ଆସନରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୬୫.୫ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଏଥର ମତଦାନ ହାର ବଢିବା ନେଇ ଆଶା କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଏହି ପର୍ଯ୍ୟାୟରେ କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, କେରଳ, ଆସାମ, ମଧ୍ୟପ୍ରଦେଶ, ମଣିପୁର, ତ୍ରିପୁରା ଆଦି ରାଜ୍ୟରେ ମତଦାନ ହେବ।

ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି କେରଳର ୱାୟନାଡ ଆସନ। ଯେଉଁଠାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଏହି ଆସନରୁ ସାଂସଦ ମଧ୍ୟ ରହିଛନ୍ତି। ହେଲେ ଏଥର ତାଙ୍କର ପଥ ୨୦୧୯ ଅପେକ୍ଷା କଷ୍ଟସାଧ୍ୟ ହୋଇପାରେ। କାରଣ ଏଠାରେ ବାମଦଳ ପକ୍ଷରୁ ରାହୁଲଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଛି। କେରଳକୁ ବାମଦଳର ଗଡ କୁହାଯାଉଥିବା ବେଳେ ଏଠାରେ ସିପିଆଇର ବରିଷ୍ଠ ନେତା ଡି.ରାଜାଙ୍କ ପତ୍ନୀ ଏନି ରାଜା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଭଳି ସ୍ଥିତିରେ ରାହୁଲଙ୍କ ବିଜୟ ଯାତ୍ରା ଏତେ ସହଜ ହୋଇନପାରେ ବୋଲି କୁହାଯାଉଛି। ସେହିପରି ଏହି ପର୍ଯ୍ୟାୟରେ ବିଜେପିର ମଥୁରାରୁ ହେମା ମାଳିନୀ, ମିରଟରୁ ଅରୁଣ ଗୋଭିଲଙ୍କ ଭାଗ୍ୟ ପରୀକ୍ଷା ହେବ।

Back to top button