ଶୋଇଥିବା ବେଳେ ବୀଭତ୍ସ ହତ୍ୟା, ରାତିରେ ଘରେ ପଶି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ପାଣ୍ଡିଆପନ୍ଦରା ସାହିରେ ଘରେ ପଶି ଯୁବକଙ୍କୁ ହତ୍ୟା କଲେ ଦୁର୍ବୁତ୍ତ। ଗତକାଲି ବିଳମ୍ବିତ ରାତିରେ ସେ ଘରେ ଶୋଇଥିବା ବେଳେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପାଣ୍ଡିଆପନ୍ଦରା ସାହି ମୁରଲି ବାଡତ୍ୟା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ସବା ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ଏହି ବିଭତ୍ସ ହତ୍ୟାକାଣ୍ଡ ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ରାତିରେ ସେ ଘରେ ଶୋଇଥିବା ବେଳେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କଲେ ଦୁର୍ବୁତ୍ତ। ଏଭଳି ଅମାନୁଷିକ ଘଟଣା ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ଥାନା ପାଣ୍ଡିଆପନ୍ଦରା ସାହିରେ ଘଟିଛି। ତେବେ ଘରେ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତୁରନ୍ତ ଚିକିତ୍ସା ପାଇଁ ହିଂଜିଳି ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁରୁଷୋତମପୁର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଦୁଇ ଦିନ ତଳେ ହୋଇଥିବା ସାହି ଗଣ୍ଡଗୋଳ କାରଣରୁ ଏପରି ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରିଛି ପୋଲିସ।

Back to top button